ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁଠୁ ଶସ୍ତା ଏବଂ ମାଗଣା କଲ୍ ସୁବିଧା ଯୋଗାଇ ଦେଇ ଟେଲିକମ୍ ଇଣ୍ଟଷ୍ଟ୍ରୀରେ ଧମାଲ ମଚାଉଥିବା ରିଲାଏନ୍ସ ଜିଓ ତରଫରୁ ଖୁବଶୀଘ୍ର ନୂଆ ସୁବିଧା ଯୋଗାଇ ଦେବା ନେଇ ଯୋଜନା ଚାଲିଛି। ବିମାନ ଉଡ଼ାଣ ସମୟରେ କନେକ୍ଟଭିଟି ଲାଇସେନ୍ସ ପାଇଁ ଜିଓ ଇନଫୋକମ୍ ଦୂରସଂଚାର ବିଭାଗ ନିକଟରେ ଆବେଦନ କରିଛି। ଲାଇସେନ୍ସ ମିଳିବା ପରେ ଖୁବଶୀଘ୍ର ଏହି ସେବା ଲାଗଚ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଯାହାଫଳରେ ଯାତ୍ରୀମାନେ ବିମାନରେ ଯାତ୍ରା କରିବା ସମୟରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଯାତ୍ରୀମାନେ ଫେସବୁକ-ଟୁଇଟର ବ୍ୟବହାର କରିପାରିବେ। ଏହାଛଡ଼ା ଏହି ସୁବିଧାର ଫାଇଦା ରିଲାଏନ୍ସ ଜିଓର ସମସ୍ତ ୩୦ କୋଟି ଗ୍ରାହକଙ୍କୁ ମିଳିବ।

ଜିଓ ଛଡ଼ା ଦୂରସଂଚାର ବିଭାଗର ଔଟର୍ସ କମ୍ୟୁନିକେସନ, ଷ୍ଟେସନ ଷ୍ଟେଟକମ୍ ଏବଂ କ୍ଲାଉଡ୍ କାଷ୍ଟ ଡିଜିଟାଲ ସହିତ ଅନ୍ୟ କମ୍ପାନିଗୁଡ଼ିକ ଆବେଦନ କରିଛନ୍ତି। ୨୦୧୮ ଡିସେମ୍ବରରେ କେନ୍ଦ୍ର ସରକାର ଆକାଶ ପଥରେ ବିମାନ ଉଡ଼ାଣ ସେବା ସହିତ ସମୁଦ୍ର ପଥରେ ମୋବାଇଲ ଫୋନ୍ ସେବା ପାଇଁ ଗାଇଡଲାଇନ ଜାରି କରିଥିଲେ।

ଏହାପରେ ଭାରତୀ ଏୟାରଟେଲ, ହଗ୍ସ କମ୍ୟୁନିକେସନ ଇଣ୍ଡିଆ ଏବଂ ଟାଟା ନେଟ୍ ସର୍ଭିସେଜ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ପରେ ଏହି ତିନି କମ୍ପାନି ସହିତ ଭାରତୀ ଏୟାରଟେଲର ସହଯୋଗୀ ଇଣ୍ଡୋ ଟେଲିପୋଟର୍ସ ଲିମିଟେଡକୁ ସେବା ଯୋଗାଇ ଦେବା ପାଇଁ ଲାଇସେନ୍ସ ମିଳିସାରିଛି।

Comment