ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ତେବେ ଅନେକ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ସୁନ୍ଦରଗଡ଼ରେ ଇଭିଏମ ଅଚଳ ଯୋଗୁଁ ଭୋଟରମାନେ ଭୋଟ ନ ଦେଇ ଫେରିଯାଇଥିବା ଖବର ଆସିଛି।

ସୁନ୍ଦରଗଡ଼ର ରଙ୍ଗାଢିପା ସ୍କୁଲର ୭ ନମ୍ବର ବୁଥରେ ଭୋଟର ଭୋଟ ନଦେଇ ଫେରିଯାଇଛନ୍ତି। ଦୀର୍ଘ ସମୟ ଧରି ଇଭିଏମ୍‌ ଅଚଳ ହେବା କାରଣରୁ ବୁଥ୍‌ ସାମ୍ନାରେ ଲମ୍ବା ଲାଇନ୍‌ ଲାଗିଥିଲା। ଇଭିଏମ୍‌ରେ କୌଣସି ସୁଧାର ନଆସିବାରୁ ମତଦାନ ନ କରି ଫେରି ଗଲେ ଭୋଟର।

Comment