ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ର ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ସୁନ୍ଦରଗଡ଼ର ୧୭୧ ନମ୍ବର ବୁଥ୍‌ରେ ଇଭିଏମ୍‌ କାମ କରୁନଥିବା ଅଭିଯୋଗ ଆସିଛି। ସେହିପରି ତଳସରାର ୨୦୬ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିଛି।

ଇଭିଏମ୍‌ ଅଚଳ ହୋଇପଡ଼ିଥିବାରୁ ଭୋଟଗ୍ରହଣରେ ବିଳମ୍ବ ହେଉଛି। ବୁଥ୍‌ ସାମ୍ନାରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଥିବା ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ ବଣାଇରେ ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହେଉଛି। ସେହିପର କେନ୍ଦୁଡିହ, ଫଡ଼କୀରମୁଣ୍ଡା, ଛିଡ଼ାକୁଦ ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି।

Comment