ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ଘଟିଲା ପୁଣି ଏକ ବିସ୍ଫୋରଣ। ଚର୍ଚ୍ଚ ପାଖର ଏକ ଭ୍ୟାନରେ ଜୋରଦାର ବିସ୍ଫୋରଣ ଘଟିଛି। ବମ ନିରୋଧକ ଦଳର ଅଧିକାରୀ ଏହାକୁ ନିଷ୍କ୍ରିୟ କରୁଥିବା ବେଳେ ଏହା ବ୍ଲାଷ୍ଟ ହୋଇଛି। ଏଥିସହିତ କଲୋମ୍ବୋର ଏକ ବସ୍‌ ଷ୍ଟାଣ୍ଡରୁ ୮୭ ବମ୍‌ ଡେଟୋନେଟର ଜବତ କରିଛି ବମ୍‌ ନିଷ୍କ୍ରିୟ ଦଳ।

ସେଣ୍ଟ୍ରାଲ କଲୋମ୍ବୋ ସ୍ଥିତ ବସ ଷ୍ଟାଣ୍ଡରୁ ଏହି ବମ ଡେଟୋନେଟର ମିଳିଛି। ଶ୍ରୀଲଙ୍କାରେ ଏଯାଏ ବିପଦ ଟଳି ନଥଇବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ମଧ୍ୟ ସାରା ଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା ହୋଇଛି।

ରବିବାର କଲୋମ୍ବୋ ୮ଟି ସିରିୟଲ ବିସ୍ଫୋରଣ ସମ୍ପୂର୍ଣ୍ଣ ଶ୍ରୀଲଙ୍କା ଥରହର ହୋଇଯାଇଥିଲା। ଆଜି ପୁଣି ଏକ ବିସ୍ପୋରଣ ଶ୍ରୀଲଙ୍କା ଉପରେ ଥିବା ବିପଦ ଟଳି ନଥିବାର ସୂଚନା ଦେଇଛି। ଗତକାଲିର ବିସ୍ଫୋରଣରେ ୨୯୦ ଜଣ ପ୍ରାଣ ହରାଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ଏସବୁ ଲକ୍ଷ କଲେ ବିସ୍ଫୋରଣ ପଛରେ ଆତଙ୍କବାଦୀମାନେ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିବା ଜଣାଯାଉଛି।

Comment