ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୯୨ଲକ୍ଷ ୫୬ହଜାର ୩୨୨ଜଣ ଭୋଟର
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ ଲୋକସଭା ସହ ୪୨ ବିଧାନସଭା ଆସନରେ ଭୋଟିଂ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଏଥର ୯୨ଲକ୍ଷ ୫୬ହଜାର ୩୨୨ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୭ଲକ୍ଷ ୫୬ହଜାର ୬୨୯ଜଣ ଭୋଟର ଥିବାବେଳେ ୪୪ଲକ୍ଷ ୫୬ହଜାର ୬୨୯ ଜଣ ମହିଳା ଭୋଟର ଅଛନ୍ତି। ଯେଉଁମାନେ ଆସନ୍ତାକାଲି ସେମାନଙ୍କର ମତଧିକାର ସାବ୍ୟସ୍ତ କରିବେ।
ଏଥର ୧ଲକ୍ଷ ୫୮ହଜାର ୪୮୫ ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି। ସେମାନଙ୍କ ମତଦାନ ଲାଗି ବ୍ରେଲ ବାଲାଟ ପେପରର ବ୍ୟବସ୍ତା କରାଯାଇଛି।
ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ୫୯ହଜାର ୫୦୦ଜଣ ପୋଲିଂ କର୍ମଚାରୀ ନିୟୋଜିତ ରହିବେ। ମୋଟ ୧୦ହଜାର ୪୬୪ ପୋଲିଂ ବୁଥ କରାଯାଇଛି ଯାହା ମଧ୍ୟରୁ ୩୩ ପ୍ରତିଶତ ଅର୍ଥାତ ୩୧୮୬ଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ଅନ୍ୟପଟେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପକ୍ଷେ କରିବା ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜିଲ୍ଲା ସଜାଗ ଅଛନ୍ତି।
ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି।

















