ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ମଧ୍ୟ ଆସନର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା। ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ନିର୍ବାଚନୀ ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।

‘‘ଘଟଣାର ଅଧିକ ଯାଞ୍ଚ କରାଯାଉଛି। ଉଭୟ ପ୍ରାର୍ଥୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ପିଏସଓର ବ୍ୟବସ୍ଥା ମଧ୍ୟ କରାଯାଇଛି। ଉଭୟଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା’’, କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି।

ରବିବାର ସନ୍ଧ୍ୟାରେ ଭୁବନେଶ୍ୱର-ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ବୋମାମାଡ଼ ହୋଇଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଉପରେ ବୋମାମାଡ଼ ହୋଇଥିଲା।

ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଗନ୍ନାଥ ଓ ତାଙ୍କ ସମର୍ଥକମାନେ ଡେଲଟା ଛକ ନିକଟସ୍ଥ ଦଳୀୟ କର୍ଯ୍ୟାଳୟ ନିକଟରେ ଠିଆ ହୋଇଥିବା ବେଳେ ତାଙ୍କ ଗାଡ଼ି ଉପରକୁ କେହି ଦୁର୍ବୃତ୍ତ ବୋମା ଓ ଢେଲା ମାଡ଼ କରିଥିଲେ।। ଏଥିରେ ତାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ମୃତାହାତ ହୋଇ ନଥିଲେ। ଠିକ୍ ଏହାର ୨ ଘଣ୍ଟା ପରେ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ଝାରପଡ଼ା କେନାଲ ରୋଡ୍ ନିକଟରେ ଅନନ୍ତ ଜେନାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲ। ଏହି ଆକ୍ରମଣରେ ଅନନ୍ତ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ପୋଲିସ ସମଗ୍ର ଅଞ୍ଚଳରେ ପଇଁତରା ମାରୁଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comment