ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର-ମଧ୍ୟ ଆସନ ଲାଗି ଗୁରୁବାର ପ୍ରାର୍ଥିପତ୍ର ଭରିଲେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା। ଶହ ଶହ ସମର୍ଥକଙ୍କ ସହ ଏକ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପୂର୍ବରୁ ଭୁବନେଶ୍ୱର-ମଧ୍ୟର ବିଧାୟକ ଥିଲେ ବିଜୟ ମହାନ୍ତି। ଏଥର ଦଳ ବିଜୟ ମହାନ୍ତିଙ୍କୁ କାଟି ଅନନ୍ତ ନାରାୟଣଙ୍କୁ ଟିକେଟ୍ ଦେଇଛି। ଏଠାରୁ ବିଜେପିର ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ଏବଂ କଂଗ୍ରେସରୁ ରାଜୀବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି।

ଆଜି ତୃତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ଶେଷ ତାରିଖ ଥିବାବେଳେ ଅନେକ ହେବିୱେଟ୍‌ ନେତାମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Comment