ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆଜି ଦେଶରେ ୧୧୬ ଲୋକସଭା ଆସନ ଲାଗି ମତଦାନ ହେଉଛି। ୧୩ରାଜ୍ୟ ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଆସନଲାଗି ଭୋଟ ପଡ଼ୁଛି।
୩ ରାଜ୍ୟସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ମତଦାନ ଶେଷ
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟ, କେରଳ, ଗୋଆ, ଦାଦ୍ରାନଗର ହାବେଳୀ ଓ ଡାମନ ଡିଉ ରାଜ୍ୟଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଏହି ସବୁ ସ୍ଥାନରେ ଆଜି ମତଦାନ ଶେଷ ହେଉଛି।
କେରଳରେ ୨୬ ଲୋକସଭା, ଗୁଜୁରାଟରେ ୨୦ ଲୋକସଭା, ଗୌଆରେ ୨ଲୋକସଭା, ଦାଦ୍ରା ନଗର ହାଭେଳିରେ ଗୋଟିଏ ଆସନ ଲାଗି ଓ ଡାମନ ଡିଉରେ ଗୋଟିଏ ଲୋକସଭା ଆସନ ଲାଗି ଆଜି ମତଦାନ ଶେଷ ହେବ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧୬ ଆସନ ଲାଗି ମଇଦାନରେ ମୋଟ ୧୬୨୨ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ୧୬୨୨ ପ୍ରାର୍ଥୀଙ୍କ ମଧ୍ୟରେ ମୋଟ ୧୪୪ ମହିଳା ଅଛନ୍ତି। ବାକି ଆସନରେ ପୁରୁଷ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି।

















