ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ମେ’ ୬ରୁ ହେବ ମହିଳା ଟି-୨୦ ପ୍ରିମିୟର ଲିଗ୍‌। ଗୋଟେପଟେ ପୁରୁଷ ଆଇପିଏଲ୍‌ ଚାଲିଥିବା ବେଳେ ବିସିସିଆଇ ମହିଳା ଟି-୨୦ ଚାଲେଞ୍ଜ ହେବା ନେଇ ଘୋଷଣା କରିଛନ୍ତି। ଚଳିତବର୍ଷ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ମହିଳା ଟି-୨୦ ଆଇପିଏଲ୍‌ ଖେଳାଯିବ।

ଚଳିତ ବର୍ଷ ମହିଳା ଆଇପିଏଲ୍‌ରେ ୩ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ସୁପରନୋଭା, ଭେଲୋସିଟି ଏବଂ ଟ୍ରେଲବ୍ଲେଜର୍ସ। ହରମନପ୍ରୀତ୍‌ କୌର ସୁପରନୋଭା ଦଳର ଅଧିନାୟକ ଥିବା ବେଳେ ସ୍ମୃତି ମନ୍ଧାନା ଟ୍ରେଲବ୍ଲେଜର୍ସ ଦଳର କ୍ୟାପ୍ଟେନ୍‌ସିପ କରୁଛନ୍ତି। ସେହିପରି ମିତାଲି ରାଜ ଭେଲୋସିଟି ଟିମ୍‌ର ପ୍ରତିନିଧିତ୍ୱ କରିବେ।

ଏହି ତିନୋଟି ମହିଳା ଦଳରେ ଭାରତ ବ୍ୟତୀତ ବିଶ୍ୱର ବେଷ୍ଟ ମହିଳା କ୍ରିକେଟରଙ୍କୁ ସାମିଲ କରାଯାଇଛି। ପୁରୁଷ ଆଇପିଏଲ୍‌ର ପ୍ଲେ-ଅଫ୍‌ ମ୍ୟାଚ୍‌ ଆରମ୍ଭ ହେବା ଭିତରେ ମହିଳା ଟି-୨୦ର ସମସ୍ତ ମ୍ୟାଚ୍‌ ଖେଳାଯିବ। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ କୁହାଯାଇଛି।

ମେ’୬ ମହିଳା ଆଇପିଏଲ୍‌ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଦିନ ସୁପରନୋଭାକୁ ଭେଟିବ ଟ୍ରେଲବ୍ଲେଜର୍ସ। ସେହିପରି ମେ’ ୮ରେ ଟ୍ରେଲବ୍ଲେଜର୍ସ ଓ ଭେଲୋସିଟି ମଧ୍ୟରେ ଖେଳାଯିବ ଦ୍ୱିତୀୟ ମ୍ୟାଚ। ସୁପରନୋଭା ଏବଂ ଭେଲୋସିଟି ମଧ୍ୟରେ ମେ’ ୯ରେ ଖେଳାଯିବ ତୃତୀୟ ମ୍ୟାଚ୍।

ଆସନ୍ତା ମେ’ ୧୧ରେ ମହିଳା ଆଇପିଏଲ୍‌ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ସବୁ ମ୍ୟାଚଗୁଡିକର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟ୍ସରେ ହେବ।

Comment