ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାପମାତ୍ରା ୪୪ ଡିଗ୍ରୀ ଟପିବା ସହ ଟିଟିଲାଗଡ଼ ଏବେ ତତଲାଗଡ଼ରେ ପରିଣତ ହେଲାଣି।

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୧ଟି ସହରରେ ପାରଦ ୪୦ ଉପରେ ରହିଛି। ଶୁକ୍ରବାର ଟିଟଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଟିଟଲାଗଡ଼ ପଛରେ ବଲାଙ୍ଗିର-୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ପାରଦ ୪୨.୨ ଡିଗ୍ରୀ ଛୁଇଁଛି। ସେହିପରି ଭବାନୀପାଟଣା, ମାଲକାନଗିରି ଏବଂ ସୋନପୁରରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବା ବେଳେ ସମ୍ବଲପୁର-୪୧.୯, ହୀରାକୁଦ-୪୧.୫, ଅନୁଗୁଳ-୪୧.୧, ସୁନ୍ଦରଗଡ଼- ୪୦.୫, ଫୁଲବାଣୀ-୪୦.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଟୁଇନ୍‌ ସିଟିରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ହେଉଛି। ଆଜି କଟକରେ ତାପମାତ୍ରା ୩୯ଡିଗ୍ରୀ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୮.୨ ଡିଗ୍ରୀ ରହିଛି।

Comment