ଓଡ଼ିଶାଲାଇଭ ବ୍ୟୁରୋ

ଫନି ପରେ ରାଜ୍ୟରେ ହୁ ହୁ ହୋଇ ତାପମାତ୍ରା ବଢ଼ିବାରେ ଲାଗିଛି। ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି।

ଆସନ୍ତା ୩ ଦିନ ଅର୍ଥାତ ୧୨ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାର। ଉପକୂଳ ଓଡ଼ିଶାରେ ବି ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।

ଏଣୁ ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାରେ ୧୧ ଜିଲ୍ଲା ପାଇଁ ହିଟଓ୍ୱେଭ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା।

ଏହି ସବୁ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ସକାଳ ୧୦ ଟାରୁ ଦିନ ୪ଟା ପର୍ଯ୍ୟନ୍ତ ପ୍ରବଳ ତାତି ଅନୁଭୂତ ହେବ। ଏହି ସମୟରେ ବରିଷ୍ଠ ନାଗରିକ ଓ ରୋଗୀମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Comment