ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାତିରୁ ନିସ୍ତାର ମିଳୁନି। ପ୍ରଚଣ୍ଡ ତାତିରେ ଜନସାଧାରଣ ଅସ୍ତବ୍ୟସ୍ତ। ତେବେ ପାଣିପାଗ ବିଭାଗ ସୂଚନା ଅନୂଯାୟୀ ସୋମବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି।

ସୋମବାର ରାଜ୍ୟର ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ା ୪୩.୮ ଡିଗ୍ରୀ, ବଲାଙ୍ଗିର ୪୩.୬, ସମ୍ବଲପୁର ୪୩.୪, ସୋନପୁର ୪୩.୨, ଭବାନୀପାଟଣା ୪୩, ତାଳଚେର ୪୨.୫, ହୀରାକୁଦ ୪୨.୪, ସୁନ୍ଦରଗଡ଼ ଏବଂ ମାଲକାନଗିରି ୪୨, ଅନୁଗୁଳରେ ୪୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ଟୁଇନ୍‌ ସିଟିରେ ଆଜି ତାତିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣପାଗ ସୂଚନା ଅନୁଯାୟୀ ସୋମବାର ରାଜଧାନୀ ଭୁବନେଶ୍ୱରରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୩୬.୮ ଡିଗ୍ରୀ ରେକର୍ଡ ହୋଇଛି।

Comment