ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ୯ଟି ଜିଲ୍ଲାରେ ତାପମାତ୍ର ବଢ଼ିବ। ଏନେଇ ରାଜ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି।

ପାଣିପାଗ ବିଭାଗ ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ବରଗଡ଼, ସୋନପୁର, ନୂଆପଡ଼ା ଏବଂ ବୌଦ୍ଧ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୨୭ରୁ ୨୯ ତାରିଖ ଯାଏଁ ଏହି ସ୍ଥାନରେ ତାପମାତ୍ରା ବଢ଼ିବ। ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ ପାରଦ ଆହୁରି ବଢ଼ିବ। ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପକ୍ଷରେ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ପୁରୀ, ବାଲେଶ୍ୱର ଏବଂ କେନ୍ଦୁଝରରେ କାଳ ବୈଶାଖୀ ଯୋଗୁଁ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ପାଇଁ ସୃଷ୍ଟି ହୋଇଛି ଫାନୀ ବାତ୍ୟା। ବର୍ତ୍ତମାନ ଏହା ଡିପ୍‌ ଡିପ୍ରେସନର ରୂପ ନେଇଛି। ତେବେ ଓଡ଼ିଶା ଉପରେ ‘ଫାନୀ’ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment