ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ଆଦମୀ ପାର୍ଟି ଆଣିଥିବା ଅଭିଯୋଗର କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୂର୍ବ ଦିଲ୍ଲୀ ବିଜେପି ପ୍ରାର୍ଥୀ କ୍ରିକେଟର ଗୌତମ ଗମ୍ଭୀର। ଗମ୍ଭୀରଙ୍କ ପାଖରେ ଦୁଇରୁ ଅଧିକ ଭୋଟର ଆଇଡି କାର୍ଡ ଥିବା ଅଭିଯୋଗ ଲଗାଇଥିଲେ ଆପ୍ ନେତା ଆତିଶ ମର୍ଲେନା। ଏହାର ପ୍ରତିକ୍ରିୟା ରଖିବାକୁ ଯାଇ ଗମ୍ଭୀର କହିଛନ୍ତି, “ଯେଉଁ ଦଳ ପାଖରେ କୌଣସୀ ନୀତି କିମ୍ବା ଭିଜନ ନାହିଁ, ସେ ହିଁ ଏଭଳି ଅଭିଯୋଗ କରିପାରିବେ।”

ଗମ୍ଭୀର କହିଛନ୍ତି ଯେ, ଆମ୍‌ ଆଦମୀ ପାର୍ଟି ଗତ ସାଢ଼େ ଚାରି ବର୍ଷ ଶାସନ ଗାଦିରେ ଥିଲେ ସୁଦ୍ଧା ଦଳର ଏ ପର୍ଯ୍ୟନ୍ତ ନିଦ୍ଧିଷ୍ଟ ଭିଜନ ନାହିଁ। ଜନତାଙ୍କ ପାଇଁ କିଛି ନ କରିପାରି ଶେଷରେ ଏଭଳି ଅଭିଯୋଗ ଲଗାଉଛି। ଏହି ଅଭିଯୋଗର ଉଚିତ ନିଷ୍ପତ୍ତି ନିର୍ବାଚନ ଆୟୋଗ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ଆପ୍ ନେତା ଆତିଶ ମର୍ଲେନା ଗମ୍ଭୀରଙ୍କ ପାଖରେ ଦୁଇରୁ ଅଧିକ ଭୋଟର ଆଇଡି କାର୍ଡ ଥିବା ଅଭିଯୋଗ ଆଣିଥିଲେ। ଏହି ନେଇ ସେ କୋର୍ଟରେ ମଧ୍ୟ ରିପୋଟ ଦାଖଲ କରିଥିଲେ। ଗମ୍ଭୀର କରୋଲାବାଗ ଏବଂ ରାଜେନ୍ଦ୍ରନଗର ଆସନରେ ‘ଜାଣିଶୁଣି’ ଏବଂ ‘ଅବୈଧ ଭାବେ’ ପ୍ରାର୍ଥିପତ୍ର ଦାଖଲ କରିଥିବା ଅଭିଯୋଗ କରିଥିଲେ ରହିଥିବା ଆପ୍ ଅଭିଯୋଗ କରିଥିଲା ଆପ୍ ନେତା ଆତିଶ ମର୍ଲେନା। ଏନେଇ ଗୌତମ ଗମ୍ଭୀର କଡ଼ା ପ୍ରତିକ୍ରିୟା ରଖିଛନ୍ତି।

Comment