ଓଡ଼ିଶାଲାଇଭ୍ ବ୍ୟୁରୋ

ମାସେବ୍ୟାପୀ ଅର୍ଥାତ୍ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଆଜି ଶେଷ ଦିନ।

ରେଶମ ନଗରୀ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ଆଜି ଶେଷ ଦିନ। ଶେଷ ନିପରେ ଅସ୍ଥାୟୀ ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ବିଳମ୍ବିତ ରାତିରେ ମା’ ସ୍ଥାୟୀ ମନ୍ଦିରକୁ କରିବେ ପ୍ରତ୍ୟାବର୍ତ୍ତନ। ଦୁଇ ବର୍ଷରେ ବାପା ଘରକୁ ଆସିଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଭକ୍ତଙ୍କ ସୁଅ ଛୁଟୁଛି।

ଯାତ୍ରାର ଶେଷ ଦିନର ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼। ପାଖାପାଖି ୪୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆଜି ବିଳମ୍ବିତ ରାତିରେ ମା’ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମନ୍ଦିରକୁ ଫେରିବେ। ବାପଘରୁ ବିଦାୟ ନେବେ ମା’। ବାପଘର ପକ୍ଷରୁ ଲୁଗାପଟା, ଅଳଙ୍କାର ଆଦି ଉପହାର ଦେବା ପାଇଁ କିଣା ସରିଛି। ବ୍ରହ୍ମପୁର ସହର ଆଧ୍ୟାତ୍ମିକମୟ ହୋଇଉଠିଛି।

ଚଳିତବର୍ଷ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିଲା ଓ ଏହା ଏପ୍ରିଲ ୨୯ ଅର୍ଥାତ ଆଜି ଶେଷ ହେବ।

Comment