ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଭୋଟ ଦେଇଛନ୍ତି। ସାଉଥ୍ ମୁମ୍ବାଇ ପେଡର ରୋଡ୍ ସ୍ଥିତ ମତଦାନ କେନ୍ଦ୍ରରେ ବୁଥ୍ ନମ୍ବର ୪୦ ଓ ୪୧ରେ ଭୋଟ ଦେଇଛନ୍ତି ଶକ୍ତିକାନ୍ତ ଦାସ।
ସାରା ଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ୯ ରାଜ୍ୟର ୭୧ଟି ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଗିରିରାଜ ସିଂହ, ବାବୁଲ ସୁପ୍ରିୟୋ, ଉପେନ୍ଦ୍ର କୁଶୱାହା, ମିଲିନ୍ଦ ଦେୱଡା, କହ୍ନେୟା କୁମାର, ଅବଦୁଲ ୱାରି ସିଦ୍ଦିକ୍, ଉର୍ମିଳା ମାତୋଣ୍ଡକର, ପ୍ରିୟା ଦତ୍ତ, ପୁନମ ମହାଜନଙ୍କ ଭଳି ଭିଆଇପି ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଗିଛି।


















