ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ସାଧାରଣ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ମତଦାନ ହେଉଛି।
ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର,ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।
୬ଲୋକସଭା ଆସନ ଲାଗି ୫୨ଜଣ ପ୍ରାର୍ଥୀ ଓ ୪୧ ବିଧାନସଭା ଆସନ ଲାଗି ମଇଦାନରେ ୩୩୬ଜଣ ପ୍ରାର୍ଥୀ ଅଛନ୍ତି। ୩୩୬ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩୦୧ପୁରୁଷ ଓ ୩୪ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି।
ଏଥର ମୋଟ ୯୫ ଲକ୍ଷ ୬୫୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୯ଲକ୍ଷ ୧୦୭୯ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୫ଲକ୍ଷ ୯୮ହଜାର ୯୭୯ ଜଣ।
ମଇଦାନରେ ଅନେକ ହେଭିୱେଟ ଥିବାବେଳେ ରାଜ୍ୟ ରାଜନୀତିରେ ଥିବା କିଛି ଚର୍ଚ୍ଚିତ ଆସନ ଲାଗି ଆଜି ମତଦାନ ହେଉଛି। ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନକୁ ମୁକ୍ତ, ଅବାଧ ଓ ନିରପକ୍ଷେ କରିବା ଲାଗି ନିର୍ବାଚନ କମିଶନଙ୍କ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି।

















