ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଫନି’ର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଫନିର ମୁକାବିଲା ପାଇଁ ରାଜ୍ୟ ବାହାରୁ ୧୦ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହିତ ସମୁଦାୟ ୨୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହେବେ। ଏନେଇ ଅଗ୍ନିଶମ ଡିଜି ବି କେ ଶର୍ମା ଏନେଇ ଗଣାମାଧ୍ୟମକୁ ସୂଚନା ଦେଇଛନ୍ତି।

୨୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓସ୍‌ଡମା ଏବଂ ଓଡ୍ରାଫ୍‌ ଟିମ୍‌ ସହି ମିଳିତ ଭାବେ କାମ କରିବେ। ଏଥିସହିତ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୩୪୭ଜଣ ଅଧିକ ଫାୟର କର୍ମଚାରୀଙ୍କୁ ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ନିୟୋଜିତ କରାଯିବ। ବାତ୍ୟର ମୁକାବିଲା ପାଇଁ ଓଡ଼ିଶା ଫାୟାର ସର୍ଭିସ ବିଭାଗ ପ୍ରସ୍ତୁତ ରହିଛି ବୋଲି ଅଗ୍ନିଶମ ଡିଜି ବି କେ ଶର୍ମା କହିଛନ୍ତି।

Comment