ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନି ଚେନ୍ନାଇଠାରୁ ଏବେ ୭୬୦କିମି ଦୂରରେ ସିଭିୟର ସାଇକ୍ଲୋନିକ୍‌ ରୂପ ନେଉଛି। ଓଡ଼ିଶା ସମେତ ତାମିଲନାଡ଼ୁ, କେରଳ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଏହାର ପ୍ରଭାବ ରହିବ।

ଓଡ଼ିଶାରେ ମୋଟ୍ ୧୨ଟି ଜିଲ୍ଲାରେ ଫନିର ପ୍ରଭାବ ପଡ଼ିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ନୟାଗଡ଼, କଟକ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାମାନଙ୍କରେ ଫନିର ପ୍ରଭାବ ପଡ଼ିପାରେ।

ଅନ୍ୟପଟେ ବାତ୍ୟାକୁ ନେଇ ସତର୍କ ରହିଛନ୍ତି ରାଜ୍ୟସରକାର।

ଏସଆରସି ବିଷ୍ଣୁପଦ ସେଠୀ କହିବାନୁଯାୟୀ ସମସ୍ତ ଉପକୂଳପର୍ତ୍ତୀ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ୮୮୯ଟି ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ରିଲିଫର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର କହିବାନୁଯାୟୀ, ଆଜି ସକାଳେ ଫନି ସିଭିୟର ସାଇକ୍ଲୋନର ରୂପ ନେଇଛି। ଫନି ଏବେ ମଚ୍ଛଲିପଟନମଠାରୁ ୭୬୦ କିମି ଦୂରରେ ରହିଛି। ମେ’ ୧ରେ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ମେ’ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ।

Comment