ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନି ଚେନ୍ନାଇଠାରୁ ଏବେ ୭୬୦କିମି ଦୂରରେ ସିଭିୟର ସାଇକ୍ଲୋନିକ୍‌ ରୂପ ନେଉଛି। ଫନିର ମୁକାବିଲା ପାଇଁ ଏସଡିଆରଏଫ ପକ୍ଷରୁ ଆଗୁଆ ସହାୟତା ଘୋଷଣା କରାଯାଇଛି। ଏସଡିଆରଏଫ ପକ୍ଷରୁ ୪ ରାଜ୍ୟକୁ ଆଗୁଆ ସହାୟତା ରାଶି ଘୋଷଣା କରାଯାଇଛି।

ଆନ୍ଧ୍ରପ୍ରଦେଶକୁ ୨୦୦ କୋଟି, ଓଡ଼ିଶାକୁ ୩୪୦ କୋଟି, ତାମିଲନାଡ଼ୁ  ୩୦୯ କୋଟି ଓ ପଶ୍ଚିମବଙ୍ଗକୁ ୨୩୫ କୋଟିର ସହାୟତା ରାଶିର ଘୋଷଣା କରାଯାଇଛି।

୮୮୯ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରାଯାଇଛି। ୨ ତାରିଖରୁ ଲୋକଙ୍କୁ ନିରାନଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ଏହାସହ ସମସ୍ତ ଉପକୂଳ ଅଞ୍ଚଳକୁ ହାଇ ଆଲର୍ଟ କରାଯାଇଛି।

୧୨ଟି ଜିଲ୍ଲାକୁ ସତର୍କ ସୂଚନା

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ନୟାଗଡ଼, କଟକ, ମୟୂରଭଞ୍ଜ ଓ ବାଲେଶ୍ୱରକୁ ସତର୍କ କରାଯାଇଛି।

ଏନଡିଆରଏଫର ୧୨ଟି ୟୁନିଟ୍, ଓଡ୍ରାଫର ୨୦ ଓ ୩୩୫ ଫାୟର ଷ୍ଟେସନ ୟୁନିଟ୍ ସଜାଗ ରହିବେ। ବନ୍ୟାଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଉଥିବା ଏସଆରସି ସୂଚନା ଦେଇଛନ୍ତି।

Comment