ଓଡ଼ିଶାଲାଇଭ ବ୍ୟୁରୋ

ଚେନ୍ନାଇ ଠାରୁ ୬୮୦ କିମି ଦୂରରେ ସାଇକ୍ନନିକ ଷ୍ଟର୍ମ ‘ଫନି’ କେନ୍ଦ୍ରୀଭୂତ ହୋଇଛି। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ କୁହାଯାଉଛି ଅପରାହ୍ନ ସୁଦ୍ଧା ଏହା ସ୍ପଷ୍ଟ ହେବ।

ତେବେ ଆକଳନ କରାଯାଉଛି ପୁରୀରୁ କେନ୍ଦ୍ରାପଡ଼ା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ। ଏହାପରେ ସେହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାଲାଗି ନିର୍ଦ୍ଦେଶ ରହିଛି। ଏହାସହିତ କଣ୍ଟୋଲ ରୁମ୍ ଖୋଲଯାଇଛି।

ଫନିର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷ କରି ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ଉପକୂଳରେ ୧୫୦ରୁ ୧୭୦ କିମି ବେଗରେ ପବନ ବହିବ। ଅନ୍ୟପଟେ ଫନି ମୁକାବିଲା ଲାଗି ରାଜ୍ୟସରକାର ପୂରା ପ୍ରସ୍ତୁତ ଅଛନ୍ତି।

Comment