ଓଡ଼ିଶାଲାଇଭ୍ ବ୍ୟୁରୋ 

ଭୟଙ୍କର ରୂପ ନେଇ ଓଡ଼ିଶା ମୁହାଁଇଛି ବାତ୍ୟା ‘ଫନି’। ଘଣ୍ଟାକୁ ୬ କିଲୋମିଟର ବେଗରେ ଆସୁଛି ଫନି। ଶୁକ୍ରବାର ସନ୍ଧ୍ୟା ୫ଟା୩୦ରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଫନି ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗର ସୂଚନା ରହିଛି। ଏବେ ପୁରୀଠାରୁ ୬୨୦ କିଲେମିଟର ଦୂରରେ ରହିଛି ‘ଫନି’।

ପୁରୀର ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି। ୧ ଲକ୍ଷ ଲୋକଙ୍କୁ ଗୁରୁବାର ଅପରାହ୍ଣ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସୂଚନା ଦେଇଛନ୍ତି।

ଗୁରୁବାର ମଧ୍ୟାହ୍ନ ୧୨ଟାରୁ ସ୍ଥନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comment