ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ପୁରୀଠାରୁ ଆଉ ମାତ୍ର ୬୧୦ କିଲୋମିଟର ଦୁରତାରେ ରହିଛି ‘ଫନି’। ‘ଫନି’ର ଅବସ୍ଥିତି ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଘଣ୍ଟାକୁ ୬ କିଲୋମିଟର ବେଗରେ ‘ଫନି’ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ତେବେ ଶୁକ୍ରବାର ସନ୍ଧ୍ୟା ୩ଟା ୫୦ରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରୁଛି।

‘ଫନି’ ସ୍ଥଳଭାଗକୁ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବହିବ।

Comment