ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ଶୁକ୍ରବାର ସନ୍ଧ୍ୟା ୫.୩୦ରେ ‘ଫନି’ ଓଡ଼ିଶା ଉପକୂଳ ଛୁଇଁବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ପରୀକ୍ଷା ବାତିଲ ହୋଇଛି।

ବିପିୟୁଟି ଅଧିନସ୍ଥ ସମସ୍ତ ପରୀକ୍ଷା ବାତିଲ ହୋଇଛି। ସମୁଦାୟ ୧୬୪ଟି କଲେଜ୍‌ରେ ପରୀକ୍ଷା ଘୁଞ୍ଚିଛି। ମେ’ ୨, ୩ ଏବଂ ୪ ତାରିଖରେ ଥିବା ପରୀକ୍ଷା ବାତିଲ ହେବା ପାଇଁ ନିଷ୍ପତ୍ତି ନେଇଛି। ‘ଫାନି’ ପାଇଁ ଉକ୍ତ ପରୀକ୍ଷା ମେ’ ୨୫, ୨୭ ଏବଂ ୨୮ ତାରିଖରେ ହେବ। ଏନେଇ ବିପିୟୁଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଏହାର ଅଧିନସ୍ଥ ସମସ୍ତ କଲେଜ୍‌ରେ ଆସନ୍ତାକାଲିଠାରୁ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ବାତିଲ ହୋଇଛି। ବାତ୍ୟା ପରେ ଏହି ପରୀକ୍ଷା ପୁଣିଥରେ ହେବା ନେଇ ନୋଟିସ୍‌ ଜାରି ହେବ। ଏନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।

Comment