ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସାଟେଲାଇଟ୍ ଇମେଜ୍

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫନି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଫନି ମେ’ ୩ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ। ‘ଫନି’ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ମିଳିଛି। ଘଣ୍ଟାପ୍ରତି ‘ଫନି’ର ବେଗ ୧୦ କିଲୋମିଟର ରହିଛି। ପୂର୍ବରୁ ଏହି ବେଗ ଘଣ୍ଟାପ୍ରତି ୭ କିମି ଥିଲା।

ଏବେ ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ଥିବାବେଳେ ବିଶାଖାପଟଣାଠାରୁ ଏହା ୪୩୦ କିଲୋମିଟର ଦୂରରେ ରହିଛି।

ଫନି ସ୍ଥଳଭାଗ ଛୁଇଁବା ପରେ ୧୭୫ରୁ ୧୮୫ ବେଗରେ ପବନ ବହିବା ପାରେ ବୋଲି ସୂଚନା ମିଳିଛି।

ଫନି ପ୍ରଭାବରେ ମେ’୨ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ଲ୍ୟାଣ୍ଡଫଲ୍‌ କରିବା ସମୟରେ ସମୁଦ୍ର ଭୟଙ୍କର ରୂପ ନେଇ ଦେଢ଼ ମିଟର ଉଚ୍ଚର ଜୁଆର ଆସିବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ବାତ୍ୟା ଫନି ପ୍ରଭାବରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିବ। କଚ୍ଚା ଘର, ବିଜୁଳିଖୁଣ୍ଟ, ପୁରୁଣା କୋଠା, ଗଛ ଭାଙ୍ଗିବାର ଆଶଙ୍କା କରାଯାଉଛି।

Comment