ଓଡ଼ିଶାଲାଇଭ ବ୍ୟୁରୋ

ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ

‘ଫନି’ ଆସନ୍ତା ୩ ତାରିଖ ଅର୍ଥାତ ଶୁକ୍ରବାର ଦିନ ଅପରାହ୍‌ଣରେ ଓଡ଼ିଶା ଛୁଇଁବ। ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟଭାଗ ପୁରୀ ନିକଟରେ ଲ୍ୟାଣ୍ଡ୍‌ଫଲ ହେବ ବାତ୍ୟା ‘ଫନି’। ଲ୍ୟାଣ୍ଡଫଲ କରିବା ସମୟରେ ତଳିଆ ଅଞ୍ଚଲରେ ପାଣି ପସିବା ଆଶଙ୍କା କରାଯାଉଛି। ସେଥିପାଇଁ ୪ ଜିଲ୍ଲାର ତଳିଆ ଅଞ୍ଚଳରେ ଅଧିତ ସତର୍କତା ଜାରି କରାଯାଇଛି। ଗଞ୍ଜାମ,ଖୋର୍ଦ୍ଧା,ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳରୁ ଲୋକଙ୍କୁ ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର କରାଯିବ।

‘ଫନି’ ଓଡ଼ିଶାରେ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ ରହିବ। ସେହିପରି ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟାପ୍ରତି ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରୁଛି।

୨ରୁ ୪ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ବଢ଼ିବା ସହିତ ଅତିପ୍ରବଳ ବର୍ଷା ଲାଗି ରହିବା। ଲ୍ୟାଣ୍ଡଫଲ୍‌ କରିବା ସମୟରେ ସମୁଦ୍ର ଭୟଙ୍କର ରୂପ ନେଇ ଦେଢ଼ ମିଟର ଉଚ୍ଚର ଜୁଆର ଆସିବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ବାତ୍ୟା ‘ଫନି’ ପ୍ରଭାବରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା କରାଯାଉଛି। ସେଥିପାଇଁ ୩ରୁ୪ ତାରିଖ ଯାଏଁ ୧୭ଟି ଜିଲ୍ଲା ଲାଗି ରେଡ୍ ଆଲର୍ଟ ଜାରି କରାଯାଇଛି।

Comment