ଓଡ଼ିଶାଲାଇଭ ବ୍ୟୁରୋ

ଭୟଙ୍କର ରୂପ ଧାରଣ କରି ଓଡ଼ିଶା ମୁହାଁ ବାତ୍ୟା ‘ଫନି’। ସୂଚାନୁସାରେ ଏହା ଆସନ୍ତାକାଲି ଅପରାହ୍ନରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ। ‘ଫନି’ ବର୍ତ୍ତମାନ ପୂରୀଠାରୁ ୫୧୦ ଓ ବିଶାଖାପଟନମଠାରୁ ୨୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୭କିମି ବେଗରେ ମାଡ଼ିଆସୁଛି ବାତ୍ୟା ‘ଫନି’।

‘ଫନି’ ପ୍ରଭାବରେ ଆଜି ସଂଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୭୦ରୁ ୧୮୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‘ଫନି’ ଲାଗି ବିଶେଷକରି  ଉପକୂଳବର୍ତ୍ତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫନି ଚାନ୍ଦବାଲି ଗୋପାଳପୁର ମଧ୍ୟରେ ପୁରୀ ପାଖରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ପୂରା ତତ୍ପର ଅଛନ୍ତି। ଯେଉଁ ଜିଲ୍ଲାରେ ଏହାରେ ପ୍ରଭାବ ଅଧିକ ରହିବ ସେହି ଜିଲ୍ଲା ମାନଙ୍କର ଜିଲ୍ଲାପାଳଙ୍କ ସହିତ ଘନଘନ ବୈଠକ ବସୁଛି। ‘ଫନି’ ଲାଗି ରାଜ୍ୟର ସବୁ ବନ୍ଦରରେ ୨ନମ୍ବର ବିପଦ ସଂଙ୍କେତ ଜାରି କରାଯାଇଛି।

Comment