ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀଠାରୁ ଆଉମାତ୍ର ୨୪୦ କିଲୋମିଟର ଦୂରରେ ରହିଛି ‘ଫନି’। ଭୟଙ୍କର ରୂପ ନେଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ‘ଫନି’। ବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହେବାରେ ଲାଗିଲାଣି। ପବନ ବହି ପୁରୀର କିଛି ସ୍ଥାନରେ ଗଛ ଭାଙ୍ଗିଯାଇଥିବାର ସୂଚନା ମିଳିଛି।

ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ଫନି’। ପୁରୀ ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଫନି’। ସ୍ଥଳଭାଗକୁ ଛୁଇଁବା ସମୟରେ ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବହିବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଳିଆ ତଥା ଉପକୂଳ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନନ୍ତର କରାଯାଇଛି।

 

Comment