ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟି ରଖି ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ କୌଣସି ବିମାନ ଚଳାଚଳ ହେବ ନାହିଁ।

ଆଜି ମଧ୍ୟରାତ୍ରୀରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସମସ୍ତ ବିମାନସେବା ବାତିଲ ହୋଇଛି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କିଛି ସମୟ ପୂର୍ବରୁ ଏୟାରପୋର୍ଟକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଇଣ୍ଡିଗୋ ବିମାନଗୁଡ଼ିକୁ ବାତିଲ କରାଯାଇଥିଲା।

ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି ବାତ୍ୟା ‘ଫନି’। ଆଇଏମ୍‌ଡି ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୮ଟାରୁ ୧୦ ମଧ୍ୟରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଫନି’।

Comment