ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫାନି’। ବାତ୍ୟା ‘ଫାନି’ର ପ୍ରଭାବରେ ଏବେଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଲାଣି। ଝିପିଝିପି ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିବାରେ ଲାଗିଛି। ତେବେ ଗରୁବାର ମଧ୍ୟରାତ୍ରୀରୁ ଅନେକ ବର୍ଷା ବର୍ଷା ଆରମ୍ଭ ହୋଇଯିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଫନି’। ସ୍ଥଳଭାଗକୁ ଛୁଇଁବା ସମୟରେ ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବହିବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଳିଆ ତଥା ଉପକୂଳ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନନ୍ତର କରାଯାଇଛି। ସେହିପରି ବାତ୍ୟା ପରେ ପ୍ରଭାବିତ ଅଞ୍ଚଳରେ କିପରି ରିଲିଫ୍‌ ପହଞ୍ଚିପାରିବ ସେ ନେଇ ପଦକ୍ଷେପ ନିଆଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଫାୟାରମ୍ୟାନ୍‌ ଟିମ୍‌ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି।

Comment