ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅତି ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ପୁରୀଠାରୁ ମାତ୍ର ୨୧୫ କିଲୋମିଟର ଦୂରରେ ରହିଛି ‘ଫନି’, ଯାହାକି ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ଗତି କରୁଛି।

ବର୍ତ୍ତମାନର  ତାଜା ସୂଚନା ଅନୁସାରେ  ଶୁକ୍ରବାର ସକାଳ ୮.୩୦ରେ ପୁରୀ ଜିଲ୍ଲା ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଫନି’ ଲ୍ୟାଣ୍ଡଫଲ୍‌ କରିବ। ଏନେଇ ଏସ୍‌ଆର୍‌ସି ପକ୍ଷରୁ ସୂଚନା ଜାରି ହୋଇଛି।

ଆଇଏମ୍‌ଡି ସୂଚନା ଅନୁଯାୟୀ, ଚିଲିକାର ଉତ୍ତର ଏବଂ ପୁରୀ ଜିଲ୍ଲାର ଦକ୍ଷିଣରେ ହିଟ୍‌ କରିବ ‘ଫନି’। ତେବେ ‘ଫନି’ର ପ୍ରଭାବରେ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବାବେଳେ ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଉପରେ ଏହାର ବିଶେଷ ଭାବେ ପ୍ରଭାବ ପଡ଼ିବ।

Comment