ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆଡ଼କୁ ନିକଟତର ହୋଇଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ପୁରୀଠାରୁ ଆଉମାତ୍ର ୭୦ କିଲୋମିଟର ଦୂରରେ ରହିଛି ବାତ୍ୟା। ତେବେ ‘ଫନି’ ପ୍ରଭାବରେ ସାରା ରାଜ୍ୟରେ ଗତକାଲି ମଧ୍ୟରାତ୍ରୀଠାରୁ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା ଏବଂ ପବନ। ପାଣପାଗ ବିଭାଗ ସୂଚନା ଅନୁଯାୟୀ ଗୋପାଳପୁରଠାରେ ସର୍ବାଧିକ ପରିମାଣରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛିା

ଗୋପାଳପୁରଠାରେ ସର୍ବାଧିକ ୧୬୦ ମିଟର ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ପୁରୀରେ ୧୦୦ ମିଲିମିଟର, ରାଜଧାନୀ ଭୁବନେଶ୍ୱରରେ ୫୦ ମିଲିମିଟର ବର୍ଷା ହୋଇଛିା ଅନେକ ସ୍ଥାନରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଥିବା ଖବର ଆସୁଛିା

ବର୍ତ୍ତମାନ ଖବର ଅନୁଯାୟୀ, ଆରମ୍ଭ ହୋଇସାରିଛି ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛିା ଦିନ ୧୨ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବା। ଏହାର ପ୍ରଭାବରେ ପୁରୀ ଏବଂ ଚିଲିକାରେ ପ୍ରବଳ ବେଗରେ ପବନ ବହୁଛିା ପୁରୀ ସର୍ବାଧିକ ୧୭୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଗୋପାଳପୁରରେ ୧୫୦ କିଲୋମିଟର ଭିତରେ ପବନ ବହୁଛିା ଫନି’ ପ୍ରଭାବରେ ଏଯର୍ଯ୍ୟନ୍ତ କୌଣସି ଜୀବନ ହାନୀ ହୋଇନଥିବା ଜଣାପଡ଼ିଥିବା ବେଳେ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିବାର ସୂଚନା ମିଳିଛିା

Comment