ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀଠାରୁ ୨୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଫନି’। ବାତ୍ୟା ଯେତିକି ନିକଟତର ହେଉଛି ଲୋକଙ୍କ ମନରେ ସେତିକି ଭୟ ସୃଷ୍ଟି ହେଉଛି। ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୂରା ସଜାଗ ହୋଇ ରହିଛନ୍ତି।

ବାତ୍ୟା ମୁକାବିଲା କ’ଣ ହୋଇଛି ବ୍ୟବସ୍ଥା?

  • ୨୫ ଏନଡିଆରଏଫ୍ ଟିମ୍ ମୁତୟନ।
  • ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୮ ୟୁନିଟ ଓଡ୍ରାଫ।
  • ଅଗ୍ନିଶମ ବିଭାଗର ୨୫ଟି ଟିମ ସଜାଗ।
  • ଷ୍ଟାଣ୍ଡବାଏରେ ରହିଛି ୨ଟି ଓଡ୍ରାଫ ଏବଂ ୩ ଏନଡିଆରଏଫ୍ ଟିମ୍।
  • ବିଶାଖାପାଟଣାରେ ପ୍ରସ୍ତୁତ ହୋଇ ରହିଛି ୬ ଏୟାରକ୍ରାଫ୍ଟ ଓ ୭ ହେଲିକପ୍ଟର।
  • ଆକାଶମାର୍ଗରୁ ୧ ଲକ୍ଷ ଖାଦ୍ୟ ପୁଡ଼ିଆ ପକାଇବା ପାଇଁ ପ୍ରସ୍ତୁତ ହୋଇଛି।
  • ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ପ୍ରତିରକ୍ଷା ବିଭାଗର ୨ଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି।
  • ୭୪୩ ପିଭିସି ଟ୍ୟାଙ୍କ, ୬୮୮ ଗାଡ଼ି ପ୍ରସ୍ତୁତ ହୋଇ ରହିଛି।
  • ୩୮୪୦ ଓଭରହେଡ୍ ଟ୍ୟାଙ୍କରେ ପାଣି ମହଜୁଦ ରଖାଯାଇଛି।
  • ବିଦ୍ୟୁତ କର୍ମଚାରୀ, ଆମ୍ବୁଲାନ୍ସ ଓ ପାଓ୍ୱାର ବ୍ୟାକଅପ୍ ବ୍ୟବସ୍ଥା ହୋଇଛି।

Comment