ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଘଣ୍ଟାକୁ ୧୭୫ କିଲୋମିଟର ବେଗରେ ପବନ ବହୁଛି।
ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ପୁରୀରେ ପବନର ବେଗ ବଢ଼ିଛି। ଘଣ୍ଟାକୁ ୧୭୫ କିଲୋମିଟର ବେଗରେ ପବନ ବହୁଥିବା ଜଣାପଡ଼ିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।
ଏପଟେ ଚିଲିକା, ଗୋପାଳପୁର ଏବଂ ଭୁବନେଶ୍ୱରରେ ମଧ୍ୟ ପବନର ବେଗ ବଢ଼ିଛି। ବର୍ଷା ବି ଲାଗି ରହିଛି। ପୁରୀଠାରୁ ୭୦ କିଲୋମିଟର ଦୂରରେ ରହିଛି ଫନି। ବାତ୍ୟା ଫନି ଯେତିକି ନିକଟତର ହେଉଛି ପୁରୀରେ ସେହି ହାରରେ ପବନର ବେଗ ମଧ୍ୟ ଅଧିକ ରହୁଛି।
ଦିନ ୧୧ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୁଚନା ଦେଇଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରେ ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହୁଛି।