ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି। ବିଭିନ୍ନ ସ୍ଥାନରେ ଗଛ ତଳେ ଚାପି ହୋଇ ୪ ଜଣ ଯୁବକ ପ୍ରାଣ ହରାଇଛନ୍ତି।

ବାରିପଦା ସହରର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଗଛ ପଡ଼ି  ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ମୁର୍ଗାବାଡି ନିକଟରେ ଆଉ ଏକ ବାଇକ୍ ଗଛ ତଳେ ଚାପି ହୋଇ ଯାଇଥିଲା। ସେଠାରେ ମଧ୍ୟ ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ।

ସେହିପରି ବଡ଼ସାହି ଥାନା ଅନ୍ତର୍ଗତ ଚାଉଳିଆଶୋଳ ନିକଟରେ ଏକ ସ୍କର୍ପିଓ ଗାଡ଼ି ଉପରେ ଗଛ ପଡ଼ିଯିବାରୁ ଡ୍ରାଇଭରର ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ନାଉପାଳ ଗ୍ରାମର ମହେଶ୍ୱର ବିନ୍ଧାଣି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅସ୍ଥାୟୀ ଗାଡ଼ି ଡ୍ରାଇଭର ଭାବେ ଚାକିରି କରିଥିଲେ। ଶୁକ୍ରବାର ରାତିରେ ସେ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Comment