ଓଡ଼ିଶାଲାଇଭ ବ୍ୟୁରୋ

ଇତିମଧ୍ୟରେ ଫନିକୁ ବିତିଗଲାଣି ୪ ଦିନ। ତଥାପି ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଥିବା ଟ୍ୟାଙ୍କ ମାନଙ୍କରେ ଗୋଟିଏ ଚିତ୍ର କଏଦ ହୋଇଥିଲା କ୍ୟାମେରା ଲେନ୍ସରେ।

କିଏ ବୋତଲ ଧରି ତ ଆଉ କେହି ଜାରଧରି ଛିଡ଼ାହୋଇଛନ୍ତି ଲାଇନରେ। ଲୋକଙ୍କ ଏଭଳି ଭିଡରେ ପେଟ୍ରୋଲ ପମ୍ପ କର୍ମଚାରୀ ମଧ୍ୟ ଏକପ୍ରକାର ଅସହ୍ୟ ହୋଇପଡ଼ିଲେଣି। ରାତି ନ ପାହୁଣୁ ବିଳମ୍ବିତ ରାତି ଯାଏଁ ପେଟ୍ରୋଲ ପମ୍ପ ସାମ୍ନାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ଗାଡ଼ିରେ ପେଟ୍ରୋଲ ଭରିବାଠୁ ପେଟ୍ରୋଲର ଅଧିକ ଚାହିଦା ରହୁଛି ଅଲଗା ଆବଶ୍ୟକତା ପୂରଣ କରିବା। କାରଣ ଗତ ୪ ଦିନ ହେବ ସହରରେ ବିଜୁଳି ବ୍ୟବସ୍ଥା ଠପ୍ ହୋଇଯାଇଛି। ଯାହାପରେ ଲୋକେ ଡିଜି ଓ ଜେନେରେଟ ଚଲାଇବା ଲାଗି ପେଟ୍ରୋଲ ପମ୍ପ ସାମ୍ନାରେ ଲମ୍ବାଲାଇନ ଲଗାଉଛନ୍ତି।

Comment