ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ପିଲାଙ୍କ ପାଇଁ ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରସନ  ଅବଧି ୫ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ମେ ୧୪ ପର୍ଯ୍ୟନ୍ତ କେବଳ ଓଡ଼ିଶା ପିଲାଙ୍କ ରେଜିଷ୍ଟ୍ରେସନ ତାରିଖ ବୃଦ୍ଧି କରାଯାଇଛି।

ତାରିଖ ବୃଦ୍ଧି ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଟୁଇଟ କରି ସୂଚନା ଦେଇଛନ୍ତି।

ବାତ୍ୟା ଫନି ପାଇଁ ରେଜିଷ୍ଟ୍ରେସନ ତାରିଖ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୭ ରେ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖିଥିଲେ।

ଫନି ପରେ ଇଣ୍ଟରନେଟ ସେବା ଓଡ଼ିଶାରେ ପ୍ରଭାବିତ ହୋଇଥିବାରୁ ରେଜିଷ୍ଟ୍ରେସନ  ତାରିଖ ଘଞ୍ଚାଇବାକୁ ନବୀନ ଅନୁରୋଧ କରିଥିଲେ।

Comment