ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ। ପୁରୀ ୫୦ ବର୍ଷ ତଳକୁ ଫେରି ଯାଇଛି। ଏଠି ବିଜୁଳି କେବେ ଆସିବ ତାହା କହି ହେଉନି। ବିଜୁଳି ନଥିବାରୁ ବ୍ୟାଙ୍କସେବା ପୂରା ଠପ୍ ହୋଇଯାଇଛି। ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୀକୁ ମୋବାଇଲ ଏଟିଏମ୍ ପଠାଇବା ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ପୁରୀ ସହରରେ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି। ୩୮ଟି ପାଣି ଟ୍ୟାଙ୍କର ଏବଂ ୧୦୦ଟି ପିଭିସି ଟ୍ୟାଙ୍କର ଜରିଆରେ ଜଳ ଯୋଗାଣ କରାଯାଉଛି।

ବାତ୍ୟା ‘ଫନି’ ଶୁକ୍ରବାର ସକାଳେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପୁରୀ ସହରକୁ ଛାରଖାର କରି ଦେଇଥିଲା ଫନି।

Comment