ଓଡ଼ିଶାଲାଇଭ୍ ବ୍ୟୁରୋ

ଫନି ଦ୍ୱାରା  ବିଶେଷ ଭାବେ ନଷ୍ଟ ହୋଇଛି ପୁରୀ ସହର। ଏଥିରୁ ବାଦ ପଡ଼ିନି ପୁରୀ କୋଣାର୍କ ମଧ୍ୟରେ ଥିବା ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ। ବାତ୍ୟା ଦ୍ୱାରା ଅଭୟାରଣ୍ୟ ଭିତରେ ଥିବା ନେଚର କ୍ୟାମ୍ପର ଅନେକ ଗଛ ଉପୁଡ଼ି ପଡ଼ିଛି। ଫଳରେ କ୍ୟାମ୍ପର ସୌନ୍ଦର୍ଯ୍ୟ ପୂରା ନଷ୍ଟ ହୋଇଛି। ମାତ୍ର କ୍ୟାମ୍ପରେ ରହୁଥିବା ସବୁ ହରିଣ ସୁରକ୍ଷିତ ଥିବା ବନ କର୍ମଚାରୀଙ୍କ ପାଖରୁ ସୂଚନା ମିଲିଛି। ପାର୍କରେ ୫୦ ପ୍ରତିଶତରୁ ଅଧିକ ନଷ୍ଟ ହୋଇଛି।

ବନଖଣ୍ଡ ଅଧିକାରୀଙ୍କ ସୂଚନାନୁସାରେ ନେଚର କ୍ୟାମ୍ପରେ ୮୦ ପ୍ରତିଶତରୁ ଅଧିକ ହରିଣ ସୁରକ୍ଷିତ ଅଛନ୍ତି। ସକାଳ ସନ୍ଧ୍ୟାରେ କ୍ୟାମ୍ପକୁ ପାଣି ପିଇବା ସହ ଘାସ ଖାଇବାକୁ ହରିଣମାନେ ଆସୁଥିବା ବନକର୍ମଚାରୀ କହିଛନ୍ତି।

ବନଖଣ୍ଡ ଅଧିକାରୀଙ୍କ କହିବା ଅନୁସାରେ ଫନି ତାଣ୍ଡବର ଗୋଟିଏ ଦିନ ପରେ ହରିଣଙ୍କ ଗ୍ରୁପ ଦେଖିବାକୁ ମିଳିଥିଲା। ଏହା ସହିତ ନେଚର କ୍ୟାମ୍ପରେ କ୍ଷୟକ୍ଷତିର ୫୦ ପ୍ରତିଶତ ସମୀକ୍ଷା ହୋଇଥିବା ବେଳେ ଏବେବି ଆହୁରି ୫୦ ପ୍ରତିଶତ ବାକି ରହିଥିବା ବନକର୍ମଚାରୀ କହିଛନ୍ତି।

ପ୍ରଳୟଙ୍କାରୀ ବାତ୍ୟା ଫନି ଦ୍ୱାରା ପୁରୀର ଅନେକ କ୍ଷୟକ୍ଷତି ହୋଇଛି। ବିଶେଷ କରି ସୁଜାତାନଗର ଅଞ୍ଚଳ ଅଧୀନରେ ଆସୁଥିବା ମାଟିତୋଟା ଅଞ୍ଚଳ ପୂରା ନଷ୍ଟ ହୋଇଯାଇଛି। ଗାଁରେ ଥିବା ସବୁ ମାଟିଘର ଭାଙ୍ଗିନଷ୍ଟ ହୋଇଯାଇଛି।

ଅନ୍ୟପଟେ ଗତ ୫ ଦିନ ହେବ ଲୋକଙ୍କ ପାଖରେ କୌଣସି ସୁବିଧା ପହଞ୍ଚିପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଏବେ ବି ସରକାରୀ ସାହାଯ୍ୟ ସହ ଖାଦ୍ୟ ଓ ପଲିଥିନକୁ ଅପେକ୍ଷା କରିଥିବା କୋହଭରା କଣ୍ଠରେ କହିଛନ୍ତି।

Comment