ଓଡ଼ିଶାଲାଇଭ୍ ବ୍ୟୁରୋ

ଫନି ପର ଦିନଠୁ ସାରା ରାଜ୍ୟରେ ଗରମ ଗୁଳୁଗୁଳି ବଢ଼ିବାରେ ଲାଗିଛି। ଅନେକ ସହରର ତାମପାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ଆଜି ଦିନ ୧୧ଟା ସୁଦ୍ଧା ୯ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଅନ୍ୟପଟେ ଆଜି ଓ ଆସନ୍ତାକାଲି ଲାଗି ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସୁନ୍ଦରଗଡ଼ ୪୧, ଭବାନୀପାଟଣା ୪୨, ପୁରୀ ୩୧, ଖୋର୍ଦ୍ଧା ୩୬, ଭୁବନେଶ୍ୱର ୩୬, କଟକ ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ତାପମାତ୍ରା ଆହୁରି ୩ରୁ ୪ ଡ୍ରିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଫନି ପରେ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ପୂର୍ବ ଅପେକ୍ଷା ଗରମ ବଢ଼ିଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।

Comment