ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଗରମ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି।

ରାଜ୍ୟରେ ଆହୁରି ୪ରୁ ୫ଦିନ ଏହି ଭଳି ଗରମ ଅନୁଭୂତ ହେବ ବୋଲି ପାଣପାଗ ବିଭାଗ ସୂଚନା ଦେଇଛି। ତେବେ ତାପମାତ୍ରା ଆହୁରି ୨ରୁ ୩ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବର୍ତ୍ତମାନ ତାଳଚେର ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ତାପମାତ୍ରା ରେକର୍ଡ କରାଯାଇଛି। ତାଳଚେରରେ ସର୍ବାଧିକ ୪୩.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ଓ ଅନୁଗୁଳରେ ୪୩ ଓ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣା ୪୨.୫, ବଲାଙ୍ଗିର ୪୨, ଝାରସୁଗୁଡ଼ା ୪୦.୯, ସୋନପୁର ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦, ଭୁବନେଶ୍ୱର ୩୯.୫ ଏବଂ କଟକରେ ୩୮.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comment