ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗେଟେ ପଟେ ବାତ୍ୟା ‘ଫନି’କୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନ୍ୟପଟେ ଗରମରୁ ନିସ୍ତାର ମିଳୁନି। ଆଜି ଉତ୍ତପ୍ତ ସହର ଭାବେ ସୋନପୁରରେ ସର୍ବାଧିକ ୪୨.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସେହିପରି ତାଳାଚେର ୪୧.୭ଡିଗ୍ରୀ, ଝାରସୁଗୁଡ଼ା ଓ କେନ୍ଦୁଝର ୪୧.୬ଡିଗ୍ରୀ, ଭବାନୀପାଟଣା,ଟିଟିଲାଗଡ଼ ଓ  ମାଲକାନଗିରି ୪୧.୫ ଡିଗ୍ରୀ, ହୀରାକୁଦ ଓ ବଲାଙ୍ଗିର ୪୧ଡିଗ୍ରୀ, ଅନୁଗୁଳ ୪୦.୭ ଡିଗ୍ରୀ  ଏବଂ ସୁନ୍ଦରଗଡ଼ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ଆସନ୍ତା ଶୁକ୍ରବାର ଦିନ ଓଡ଼ିଶା ଉପକୂଳରେ ସ୍ଥଳ ଭାଗକୁ ଛୁଇଁବ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଫନି’।

Comment