ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୧୨ ତାରିଖ ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାକୁ ୯୦ ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ। ପୁରୀ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ୧୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ମିଳିବା

ବଦ୍ୟୁତ ସ୍ଥିତି ସମୀକ୍ଷା ପରେ ଶକ୍ତି ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତିା

‘‘ପୁରୀରେ ବର୍ତ୍ତମାନ ୪ ହଜାର କୁଶଳୀ ଶ୍ରମିକ ନିଯୁକ୍ତ ଅଛନ୍ତିା ୨୦୦ ଆଇଟିଆଇ  ପିଲାଙ୍କୁ ନିୟୋଜିତ କରାଯାଇଛିା କେରଳରୁ ଆଜି ମଧ୍ୟ କର୍ମଚାରୀ ଆସିଛନ୍ତି’’, କହିଛନ୍ତି ହେମନ୍ତ ଶର୍ମା।

ଫନି ଯୋଗୁଁ ବିଦ୍ୟୁତ କ୍ଷୟକ୍ଷତି ନେଇ ସେ ସୂଚନା ଦେଇଛନ୍ତିା ୪୦୦ କେଭିର ୫ଟି ଓ ୨୨୦ କେଭିର ୨୭ଟି, ୧୩୦ କେଭିର ୨୧ଟି ୫୬ ହଜାର ଟାଓ୍ୱାର ନଷ୍ଟ ହୋଇଛିା

୨୨୦ କେଭିର ୪ଟି ଓ ୧୩୨ କେଭିର ୪ଟି ଗ୍ରୀଡ ନଷ୍ଟ ହୋଇଛିା ୬୪ ହଜାର ୩୦୪ଟି ଟ୍ରାନ୍ସଫର୍ମର ଓ ୭୯ ହଜାର ୪୮୫ ଏଲଟି ଲାଇନ ନଷ୍ଟ ହୋଇଛି ବୋଲି ହେମନ୍ତ ଶର୍ମା ସୂଚନା ଦେଇଛନ୍ତିା

Comment