ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦ୍ୟୁତ୍‌ ବିଲ୍‌ ବାକି ଅଛି କି? ଆଜି ହିଁ ପୈଠ କରି ଦିଅନ୍ତୁ। ନଚେତ୍‌, ଗୁରୁବାର କଟିଯିବ ଆପଣଙ୍କ ବିଦ୍ୟୁତ୍‌ ସଂଯୋଗ।

ସେସୁ ଅଧୀନରେ ଥିବା ୯ଟି ଜିଲ୍ଲାରେ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତାମାନେ ବିଦ୍ୟୁତ୍‌ ବ୍ୟବହାର କରି ଏହାର ବିଲ୍‌ ପୈଠ କରୁନାହାନ୍ତି, ସେମାନଙ୍କ ଲାଇନ୍‌ କାଟିଦିଆଯିବ।

ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ବା ସାଧାରଣ ଉପଭୋକ୍ତାମାନେ ବିଦ୍ୟୁତ୍‌ ବିଲ୍‌ ଦେବାକୁ ସକ୍ଷମ ଥାଇ ବି ବିଦ୍ୟୁତ୍‌ ବିଲ୍‌ ଦେଉ ନାହାନ୍ତି ସେମାନଙ୍କର ମଧ୍ୟ ଲାଇନ୍‌ କାଟିଦିଆଯିବ। ଯେଉଁ ଉପଭୋକ୍ତାମାନଙ୍କର ବିଦ୍ୟୁତ୍‌ ବିଲ୍‌ ବାକି ରହିଛି ସେମାନେ ଗୁରୁବାର ମଧ୍ୟରେ ବିଲ୍‌ ଟଙ୍କା ଦାଖଲ କରିବାକୁ ସେସୁ ପକ୍ଷରୁ କୁହାଯାଇଛି।

କେଉଁ ଲୋକଙ୍କ ଲାଇନ୍ କଟାଯିବ ଏବଂ କେଉଁ ଲୋକଙ୍କ ଲାଇନ୍ କଟାଯିବନି ସେନେଇ ସେସୁର ସ୍ୱତନ୍ତ୍ର ସ୍କ୍ୱାଡ ନିଷ୍ପତ୍ତି ନେବ। ୯ଟି ଜିଲ୍ଲା ପାଇଁ ସେସୁ ମୋଟ ୪୧୩ଟି ସ୍କ୍ୱାଡ୍ ଗଠନ କରିଛି। ଏହି ସ୍କ୍ୱାଡ୍ ଗାଁ ଗାଁ ବୁଲି ବିଦ୍ୟୁତ୍ ବ୍ୟବସ୍ଥା ଯାଞ୍ଚ କରିବେ।

ଏଥିସହିତ ଗୋଟିଏ ଗାଁର ସମସ୍ତ ଘରେ ଲାଇନ୍ କଟିବା ଖବରକୁ ସେସୁ ମିଥ୍ୟା ବୋଲି କହିଛି। କଦାପି ଗୋଟିଏ ଗାଁର ସବୁ ଘରେ ଲାଇନ୍ କଟାଯିବ ନାହିଁ। କେବଳ ଯେଉଁ ବିଦ୍ୟୁତ ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଦେଉନାହାନ୍ତି ସେମାନଙ୍କ ଘରର ଲାଇନ୍ କଟାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

Comment