ଓଡ଼ିଶାଲାଇଭ ବ୍ୟୁରୋ
ଦେଶରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ଆସନ୍ତାକାଲି ୫୯ଟି ଆସନ ଲାଗି ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ମେ ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାସ ଲାଗି ଭୋଟିଂ ହେବ। ତେବେ ଶେଷ ପର୍ଯ୍ୟାୟରେ ପଞ୍ଜାବର ଗୁରୁଦାସପୁର ଆସନ ଲାଗି ମତଦାନ ହେବ, ଯେଉଁଠୁ ସନ୍ନିଦେୱଲ ନିର୍ବାଚନ ଲଢ଼ୁଛନ୍ତି।
ଧର୍ମେନ୍ଦ୍ର ସନ୍ନିଙ୍କ ଲାଗି ପ୍ରଚାର ପାଇଁ ଗୁରୁଦାସପୁରରେ ପହଞ୍ଚିଥିଲେ। ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମନଖୋଲି କଥା ହୋଇଥିଲେ। ଆସନ୍ତାକାଲିଠୁ ଧର୍ମେନ୍ଦ୍ର ସନ୍ନିଙ୍କ ଲାଗି ପ୍ରଚାର ଆରମ୍ଭ କରିବେ ଗୁରୁଦାସପୁରରେ।
ଗଣମାଧ୍ୟମ ସହ କଥା ହେଉଥିବା ବେଳେ ଧର୍ମେନ୍ଦ୍ର ସନ୍ନିଦେୱଲଙ୍କ ବିରୋଧରେ ମଇଦାନରେ ଥିବା ସୁନୀଲ ଝାଖଣ୍ଡଙ୍କୁ ନିଜ ପୁଅ ସହ ସମାନ ବୋଲି କହିଛନ୍ତି।
ଏହାସହିତ ସେ କହିଛନ୍ତି, “ଜାଖଣ୍ଡଙ୍କ ମୁକାବିଲା ମୋ ପୁଅ ସନ୍ନି ଦେୱଲ ସହ। ମୁଁ ମୋ ପୁଅ ସନ୍ନିଦେୱଲ ପାଇଁ ପ୍ରଚାର କରି ନିର୍ବାଚନ ଜିତାଇବି।”
କାହା ସପକ୍ଷରେ ଜନମତ ଯାଉଛି କାହାକୁ ଲୋକେ ବାଛୁଛନ୍ତି। ସନ୍ନିଦେୱଲଙ୍କୁ ନିଜନେତା କରୁଛନ୍ତି କି ନାହିଁ ତାହା ସ୍ପଷ୍ଟହେବ ମେ ୨୩ରେ। ଅନ୍ୟପଟେ ପ୍ରଚାରକୁ ଜୋରଦାର କରିଛନ୍ତି ସନ୍ନିଦେୱଲ।

















