ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ। ଆସନ୍ତା ଜୁନ ୧୦ରେ ଓଡ଼ିଶା ଆସିବ ମୌସୁମୀ। ନିର୍ଦ୍ଧାରତ ସମୟର ୧୦ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ରବିବାର ପାଣିପାଗ କମ୍ପାନି ସ୍କାଏମେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବିକ, ଆସନ୍ତା ଜୁନ୍‌ ୧ ତାରିଖରେ ମୌସୁମୀ କେରଳ ଉପକୂଳ ଛୁଇଁବ। ସେହିପରି ଜୁନ ୧୦ ସୁଦ୍ଧା ଓଡ଼ିଶାରେ ମୌସୁମୀ ଆରମ୍ଭ ହୋଇପାରେ ବୋଲି ଘରୋଇ ପାଣିପାଗ କମ୍ପାନି ସ୍କାଏମେଟ୍‌ କହିଛି।

ପୂର୍ବରୁ ବାତ୍ୟା ‘ଫନି’ ପାଇଁ ଓଡ଼ିଶାରେ ବିଳମ୍ବରେ ମୌସୁମୀ ଛୁଇଁବ ବୋଲି କୁହାଯାଉଥିଲା। ହେଲେ ଚଳିତ ବର୍ଷ ରାଜ୍ୟରେ ସୌସୁମୀ ସଅଳ ଆସିପାରେ ବୋଲି ସୂଚନା ମିଳିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment