ଓଡ଼ିଶାଲାଇଭ ବ୍ୟୁରୋ

ଫନି କ୍ଷୟକ୍ଷତିର ମୁକାବିଲା ଲାଗି ଭୁବନେଶ୍ଵରରେ ୧୧ଜଣିଆ କେନ୍ଦ୍ରୀୟ ଟିମ୍। ଭୁବନେଶ୍ଵର ଏକ ଘରୋଇ ହୋଟେଲରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ କେନ୍ଦ୍ରୀୟ ଟିମ୍ ଆଲୋଚନା କରିଛନ୍ତି। ଆଲୋଚନାରେ ଏସଆରସି ବିଷ୍ଣୁପଦ ସେଠୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ସମୀକ୍ଷାପରେ ଅଧିକାରୀ ମାନେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ଫନିନେଇ ସମୀକ୍ଷା କରିବେ। ଆଇଏମଡିର ପୂର୍ବାନୁମାନ ନେଇ କଣ ପଦକ୍ଷେପ ନିଆଯାଇଛି ତାହା ବୁଝିବେ ଟିମ୍ ସଦସ୍ୟ।

ଏହାସହିତ ଫନିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କଣକଣ ପ୍ୟାକେଜ ଘୋଷଣା କରାଯାଇଛି ତାହାର ବି ତଥ୍ୟନେବେ କେନ୍ଦ୍ରୀୟ ଟିମ୍।

୧୧ଜଣିଆ କେନ୍ଦ୍ରୀୟ ଟିମମଧ୍ୟରୁ ଗୋଟିଏ ଟିମ୍ କଟକ ଓ ଖୋର୍ଦ୍ଧା ଜିଲ୍ଲା ବୁଲିବେ ଅନ୍ୟଟିମ୍ ଅଲଗା ଜିଲ୍ଲା ବୁଲିବେ। ସେହିପରି ଟିମ୍ ୧୫ରେ ଭୁବନେଶ୍ଵର ମହାନଗର ନିଗମରେ ସ୍ଥିତି ସମୀକ୍ଷା କରିବେ।

୩ଦିନର ସମୀକ୍ଷୀ ପରେ କେନ୍ଦ୍ରୀୟ ଟିମ୍ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ଦିଲ୍ଲୀଫେରିଯିବେ।

Comment