ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ହେବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। l ମେ’୧୯ ତାରିଖରେ ହିଁ ଓୟୁଏଟି ପ୍ରବେଶିକା ପରୀକ୍ଷା ହେବ।

ଆସନ୍ତା ୧୯ ତାରିଖରେ ରାଜ୍ୟର ୨୪ଟି ସ୍ଥାନରେ ମୋଟ ୬୯ ସେଣ୍ଟରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହୋଇ ୧୨.୩୦ ପର୍ଯ୍ୟନ୍ତ ୨ ଘଣ୍ଟା ଚାଲିବ। ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ଓୟୁଏଟିର ଅଫିସିଆଲ ୱେବସାଇଟ୍‌ www.ouat.nic.in ରୁ ଡାଉନ୍‌ଲୋଡ କରିପାରିବେ।

ବାତ୍ୟା ‘ଫନି’ ପରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ପରୀକ୍ଷା ଘୁଞ୍ଚିଥିବା ବେଳେ ଓୟୁଏଟି ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚିବା ନେଇ ଶୁଣିବାକୁ ମିଳିଥିଲା। ତେବେ ଆସନ୍ତା ୧୯ ତାରିଖରେ ହିଁ ଓୟୁଏଟି ପ୍ରବେଶିକା ପରୀକ୍ଷା ହେବା ନେଇ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Comment