ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ଏନେଇ ମାଧ୍ୟାମିକ ଶିକ୍ଷା ବୋର୍ଡର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଓଡ଼ିଶାରେ ବାତ୍ୟା ‘ଫନି’ ପ୍ରଭାବରୁ ମାଟ୍ରିକ୍‌ ରେଜଲ୍ଟରେ ପ୍ରକାଶ ପାଇବାରେ ସାମାନ୍ୟ  ବିଳମ୍ବ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

ଚଳିତ ମେ’ ମାସର ତୃତୀୟ ସପ୍ତାହରେ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ଦ୍ଧିଷ୍ଟ କେଉଁ ଦିନ ରେଜଲ୍ଟ ବାହାରିବ ସେନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

ବାତ୍ୟାର ପ୍ରଭାବ ଏବଂ ତ୍ରୁଟିଶୂନ୍ୟ ଫଳାଫଳ ପାଇଁ  ରେଜଲ୍ଟ ଘୋଷଣାରେ ଅଧିକ ସମୟ ଲାଗିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment