ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆସନ୍ତା ମେ’ ୨୩ ରେ ରାଜ୍ୟରେ ହେବ ଭୋଟ ଗଣତି। ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ନାଦିକ ସମ୍ମିଳନୀ କରିଛନ୍ତି।
ସୁରେନ୍ଦ୍ର କୁମାର କହିଛନ୍ତି, “ଗତକାଲି ୧୪ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଛି। ଆଜି ଆଉ ୧୬ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଟ୍ରେନିଂ ଦିଆଯାଉଛି। କାଲିଠୁ ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀଙ୍କୁ ତାଲିମ ଦିଆଯିବ।”
“ଜିଲ୍ଲା ସ୍ତରରେ ୬ ଦିନ ଧରି ଅର୍ଥାତ ୧୫ରୁ ୨୦ତାରିଖ ଯାଏଁ ଟ୍ରେନିଂ ଦିଆଯିବ। ପ୍ରଥମଥର ଲାଗି ଭିଭିପାଟରେ ଭୋଟ ଗଣତି ହେବ। ୫ଟି ବୁଥରେ ଭିଭିପାଟରେ ଭୋଟ ଗଣତିର ବ୍ୟବସ୍ଥା ରହିଛି।” କହିଛନ୍ତି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର
ଏହାସହିତ ରାଜ୍ୟରେ ଭୋଟଗଣତିରେ ଅଧିକ ସମୟଲାଗିବା କଥାକୁ ପୁଣିଥରେ ଦୋହରାଇଛନ୍ତି ସିଇଓ।
ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

















